ନ୍ୟୁଜ ଡେକ୍ସ: ୧୧୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ସହ ସହ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଚାଷୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ବର୍ଷର ଶେଷ ମନ୍ କି ବାତରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସମ୍ବିଧାନଠୁ ନେଇ ମହାକୁମ୍ଭ ଯାତ୍ରା, WAVES ସମ୍ମିଳନୀ, ବସ୍ତର ଅଲମ୍ପିକ୍ସ ଓ ବଲିଉଡ ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମଜୟନ୍ତୀ ବିଷୟରେ ମନ୍ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଦେଶର ନାଗରିକମାନଙ୍କୁ ସମ୍ବିଧାନର ଐତିହ୍ୟ ସହିତ ଯୋଡିବା ପାଇଁ http://constitution75.com ନାମକ ଏକ ସ୍ୱତନ୍ତ୍ର ୱେବସାଇଟ୍ ପ୍ରସ୍ତୁତ କରାଯାଇଛି। ଏଥିରେ ସମ୍ବିଧାନର ପ୍ରସ୍ତାବନା ପଢିବା ପରେ ଆପଣ ଆପଣଙ୍କର ଭିଡିଓ ଅପଲୋଡ୍ କରିପାରିବେ। ଏଥିରେ ଆପଣ ଭିନ୍ନ ଭିନ୍ନ ଭାଷାରେ ସମ୍ବିଧାନ ପଢିପାରିବେ । ଏପରିକି ସମ୍ବିଧାନ ବିଷୟରେ ପ୍ରଶ୍ନ ମଧ୍ୟ ପଚାରି ପାରିବେ। ମନ୍ କି ବାତ୍ ଶୁଣୁଥିବା ସମସ୍ତ ଶ୍ରୋତା, ଛାତ୍ରଛାତ୍ରୀ, ଯୁବକ ଯୁବତୀ ଆଦି ସମସ୍ତଙ୍କୁ ଏହି ୱେବସାଇଟର ଏକ ଅଂଶ ହେବାକୁ ଅନୁରୋଧ କରିଛନ୍ତି ମୋଦୀ । କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୟାଗରାଜ ଗସ୍ତରେ ଯାଇଥିଲେ ।
ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେ ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭର ପ୍ରସ୍ତୁତି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ମହାକୁମ୍ଭର ବିଶେଷତା ସାରା ବିଶ୍ଵରେ ପରିଚିତ । ଏହି କାର୍ଯ୍ୟକ୍ରମରେ କୋଟି କୋଟି ଲୋକ ଏକାଠି ହୁଅନ୍ତି। ଲକ୍ଷ ଲକ୍ଷ ସାଧୁ, ହଜାର ହଜାର ପରମ୍ପରା, ଶହ ଶହ ସମ୍ପ୍ରଦାୟର ଲୋକ, ଅନେକ ଅଘୋରି ସମସ୍ତେ ଏକାଠି ହୁଅନ୍ତି । ଏଠାରେ କୌଣସି ଭେଦଭାବ ଦେଖାଯାଏ ନାହିଁ । ଏଠି କେହି ଛୋଟ ନୁହଁନ୍ତି । ଏପରି ଏକତାର ଦୃଶ୍ୟ ଦୁନିଆର ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ ।
