ନ୍ୟୁଜ ଡେକ୍ସ: ଏୟାର ଇଣ୍ଡିଆର ବୋଇଂ 787 ଡ୍ରିମଲାଇନର୍ ବିମାନ (A-171) ଗୁଜୁରାଟ ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସମେତ 242 ଜଣ ଯାତ୍ରୀ ଥିଲେ । ବିମାନଟି ଲଣ୍ଡନ ଯାଉଥିବା ସମୟରେ ଖସିପଡିଥିଲା । ବିମାନ ଦୁର୍ଘଟଣାର ଲାଇଭ ଦୃଶ୍ୟ ସାମ୍ନାକୁ ଆସିଛି । ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ କ୍ରାସ ।
ଏୟାରପୋର୍ଟ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଥିଲେ 230 ଯାତ୍ରୀ, 12 କ୍ରିଉ ମେମ୍ବର । ଟେକଅପ୍ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଧୂଆଁମୟ ହୋଇଗଲା ଆକାଶ । ତେବେ ଏହି ବିମାନ ଦୁର୍ଘଟଣାକୁ ନେଇ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଅହମ୍ମଦାବାଦରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଁ ଗଭୀର ଭାବରେ ମର୍ମାହତ। ଏହା ଏକ ହୃଦୟ ବିଦାରକ ବିପର୍ଯ୍ୟୟ। ମୋର ଭାବନା ଏବଂ ପ୍ରାର୍ଥନା ପ୍ରଭାବିତ ଲୋକଙ୍କ ସହିତ ଅଛି। ଏହି ଅବର୍ଣ୍ଣନୀୟ ଦୁଃଖର ମୁହୂର୍ତ୍ତରେ ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି।
ଏଥିସହ ଅହମ୍ମଦାବାଦରରେ ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ଭାରତରେ ଥିବା ବ୍ରିଟିଶ ଦୂତାବାସ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି। ବ୍ରିଟିଶ ଦୂତାବାସ କହିଛି ଯେ,ଖବର ପାଇଛୁ ଯେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏକ ବିମାନ ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ତୁରନ୍ତ ତଥ୍ୟ ସଂଗ୍ରହ କରିବା ଏବଂ ସହାୟତା ଯୋଗାଇବା ପାଇଁ କାମ କରୁଛୁ। ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କ ସହିତ ଆମର ସମବେଦନା ରହିଛି ।
