ନ୍ୟୁଜ ଡେକ୍ସ : ଆଜିଠୁ ଆରମ୍ଭ ହେବ GST ବୈଠକ । ଜିଏସଟି ପରିଷଦର ୫୬ତମ ବୈଠକ ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୨ ଦିନ ଧରି ହେବାକୁ ଥିବା ଏହି ବୈଠକ ଉପରେ ସାରା ଦେଶର ନଜର ରହିଛି । ପୂର୍ବରୁ ଜିଏସଟି ପରିଷଦ ବୈଠକରେ ୧୨ ଓ ୧୮ ପ୍ରତିଶତ ଟିକସ ଉଚ୍ଛେଦ ସହ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଟିକସ ଲାଗୁ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା ।
ଜିଏସଟି ସଂସ୍କାର ମାଧ୍ୟମରେ ଟିକସ ଢାଞ୍ଚାକୁ ସରଳ କରିବା ଏବଂ ଗ୍ରାହକ ମାନଙ୍କୁ ସିଧାସଳଖ ଲାଭ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ନୂତନ ପରିବର୍ତ୍ତନରେ କ୍ଷୀର-ପନିର ଠାରୁ ଆରମ୍ଭ କରି ଏସି, ଟିଭି, କାର୍, ବାଇକ ଆଦି ନିତ୍ୟ ବ୍ୟବହାର ଜିନିଷର ମୂଲ୍ୟ ହ୍ରାସ ପାଇପାରେ ବୋଲି କୁହାଯାଉଛି ।GST ପରିଷଦ GST ସ୍ଲାବକୁ ଚାରିରୁ ଦୁଇକୁ ହ୍ରାସ କରିପାରେ। ୨୮ ଏବଂ ୧୨ ପ୍ରତିଶତ ଟିକସ ସ୍ଲାବକୁ ଉଚ୍ଛେଦ କରାଯାଇପାରେ ଏବଂ କେବଳ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ସ୍ଲାବ ରଖାଯାଇପାରେ। ୨୫୦ରୁ ଅଧିକ ସାମଗ୍ରୀ ଉପରେ ବର୍ତ୍ତମାନର ୧୨ ପ୍ରତିଶତ ଟିକସରେ ପରିବର୍ତ୍ତନ କରାଯାଇପାରେ।
ଏଥିମଧ୍ୟରୁ ପ୍ରାୟ ୨୨୩ଟି ଜିନିଷକୁ ୫ ପ୍ରତିଶତ ସ୍ଲାବରେ ଏବଂ ବାକି ୧୮ ପ୍ରତିଶତ ସ୍ଲାବରେ ରଖାଯାଇପାରେ।ଅନ୍ୟପକ୍ଷରେ ତମାଖୁ, ପାନ ମସଲା ଏବଂ ସିଗାରେଟ୍ ଭଳି ସାମଗ୍ରୀ ଉପରେ ମଧ୍ୟ ୪୦ ପ୍ରତିଶତର ଏକ ସ୍ୱତନ୍ତ୍ର ଟିକସ ହାର ଲାଗୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାସହ ସରକାର ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମକୁ ଜିଏସ୍ଟି ମୁକ୍ତ କରିପାରନ୍ତି।
