Sun. Apr 19th, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଶ୍ରୀଲଙ୍କା ନିଜର ନିରପେକ୍ଷ ଭୂମିକାକୁ ଜାରି ରଖିଛି। ଶ୍ରୀଲଙ୍କା ସରକାର ନିଜ ଦେଶର ବିମାନବନ୍ଦରଗୁଡ଼ିକରେ ଆମେରିକୀୟ ଯୁଦ୍ଧ ବିମାନ ଅବତରଣ ପାଇଁ ଅନୁମତି ଦେବାକୁ ସ୍ପଷ୍ଟଭାବେ ମନା କରିଛନ୍ତି। ଏହା ପୂର୍ବରୁ ଆମେରିକା ପକ୍ଷରୁ ଏହି ସମ୍ପର୍କରେ ବାରମ୍ବାର ଅନୁରୋଧ ହୋଇଥିଲେ ମଧ୍ୟ କଲମ୍ବୋ ସେହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି।

ଶ୍ରୀଲଙ୍କା ସରକାର ସ୍ପଷ୍ଟ କରିଛି ଯେ ସେମାନେ ଏହି ଯୁଦ୍ଧରେ କୌଣସି ପକ୍ଷକୁ ସମର୍ଥନ କରିବେ ନାହିଁ ଏବଂ ନିଜର ନିରପେକ୍ଷତାକୁ ଅବିକଳ ରଖିବେ। ଭାରତ ମହାସାଗର ଅଞ୍ଚଳରେ ଏହି ନିଷ୍ପତ୍ତି ଆମେରିକା ପାଇଁ ଏକ ବଡ଼ ଝଟକା ବୋଲି ମନେ କରାଯାଉଛି, କାରଣ ଏହା ଦ୍ୱାରା ସେମାନଙ୍କର ସାମରିକ ପରିଚାଳନା କ୍ଷମତା କିଛି ହଦ ପର୍ଯ୍ୟନ୍ତ ସୀମିତ ହୋଇପାରେ।

ଏପରିସ୍ଥିତିରେ ଶ୍ରୀଲଙ୍କା ନିଜର ଆର୍ଥିକ ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଇ ଏସିଆର ଅନ୍ୟ ଦେଶ, ବିଶେଷକରି ଚୀନ ଓ ଇରାନ ସହ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛି। ଇରାନ ଦ୍ୱାରା ଚା’ ରପ୍ତାନି ବଦଳରେ ତେଲ ଯୋଗାଣ ସହ ବିଭିନ୍ନ ପ୍ରକଳ୍ପରେ ସହଯୋଗ ମିଳୁଥିବାରୁ ଶ୍ରୀଲଙ୍କା ସିଧାସଳଖ ଭାବେ ଇରାନ ବିରୋଧରେ ଯିବାକୁ ଇଚ୍ଛୁକ ନୁହେଁ।

Leave a Reply

Your email address will not be published. Required fields are marked *