Sat. Feb 21st, 2026

ନ୍ୟୁଜ ଡେକ୍ସ : ବହୁ ଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’ର ସୀକ୍ୱେଲ ‘ବିୟଣ୍ଡ ଦି କେରଳ ଷ୍ଟୋରୀ’ର ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି ଫିଲ୍ମ ଆସନ୍ତା ଫେବୃୟାରୀ ୨୭ରେ ପ୍ରେକ୍ଷାଗୃହରେ ମୁକ୍ତିଲାଭ କରିବ। ରିଲିଜ ତାରିଖ ସହିତ ଫିଲ୍ମର ମୋଶନ ପୋଷ୍ଟର ମଧ୍ୟ ମେକର୍ସ ସନସାଇନଙ୍କ ପକ୍ଷରୁ ରିଲିଜ କରାଯାଇଛି।

ମୋଶନ ପୋଷ୍ଟର ରିଲିଜ ହେବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଆହୁରି ବଢ଼ିଯାଇଛି। ମେକର୍ସଙ୍କ ପକ୍ଷରୁ ପରୋକ୍ଷରେ କୁହାଯାଇଛି ଯେ, ଏହି କାହାଣୀକୁ ବନ୍ଦ କରିବା ଓ ବଦନାମ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଇଥିଲା, ତେବେ ସତ୍ୟ କେବେ ଲୁଚି ରହିପାରେ ନାହିଁ। ଏଥର କାହାଣୀ ଆହୁରି ଗଭୀରକୁ ପ୍ରବେଶ କରିଛି ଓ ଯନ୍ତ୍ରଣାର ଆଘାତ ମଧ୍ୟ ଅଧିକ ରହିଛି ବୋଲି ମେକର୍ସ ଇଂଗିତ ଦେଇଛନ୍ତି।୨୦୨୩ରେ ରିଲିଜ ହୋଇଥିବା ‘ଦି କେରଳ ଷ୍ଟୋରୀ’ ବକ୍ସ ଅଫିସରେ ବେଶ ସଫଳତା ହାସଲ କରିଥିଲା।

ଏହି ଫିଲ୍ମ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ସିନେମେଟାଗ୍ରାଫି ପାଇଁ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଥିଲା। ଆଶୀଷ ଏ ଶାହ ଏହାର କୋ-ପ୍ରଡ୍ୟୁସର ଥିବାବେଳେ, ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ କାମାକ୍ଷା ନାରାୟଣ ସିଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ‘ବିୟଣ୍ଡ ଦି କେରଳ ଷ୍ଟୋରୀ’ରେ ଅନେକ ନୂଆ କଳାକାର ଅଭିନୟ କରିଥିବାବେଳେ, ଏହି ସୀକ୍ୱେଲ ପୂର୍ବ ଫିଲ୍ମଠାରୁ ଅଧିକ ତୀବ୍ର, ଭାବଗମ୍ଭୀର ଓ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *