ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। କାହାକୁ କେଉଁ ଦଳ ପ୍ରାର୍ଥୀ କରିବ ଓ କିଏ ସଂସଦର ଉଚ୍ଚସଦନକୁ ଯିବା ପାଇଁ ଟିକେଟ ପାଇବେ, ତାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ୁଛି। ଶାସକ ଦଳ Bharatiya Janata Party, ବିରୋଧୀ Biju Janata Dal ଓ Indian National Congress ପକ୍ଷରୁ ଚାଲିଛି ଜୋରଦାର କସରତ ଓ ମାନସମନ୍ଥନ।ଚର୍ଚ୍ଚା ହେଉଛି ଯେ, ଆଜି Biju Janata Dal ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ।
ଗୁରୁବାର ନବୀନ ନିବାସରେ ପିଏସି କମିଟି ବୈଠକ ପରେ ଶୁକ୍ରବାର ସମସ୍ତ ବିଧାୟକଙ୍କୁ ଡକରା ହୋଇଥିଲା। କାହା ପ୍ରାର୍ଥୀଙ୍କ ପକ୍ଷରେ କିଏ ପ୍ରସ୍ତାବକ ଓ ସମର୍ଥକ ରହିବେ, ସେନେଇ ବିଧାୟକମାନେ ଦସ୍ତଖତ ମଧ୍ୟ କରିଛନ୍ତି। ଏହାରୁ ବିଜେଡି ଶିବିରରେ ପ୍ରାର୍ଥୀ ଘୋଷଣା ନିକଟବର୍ତ୍ତୀ ବୋଲି ସୂଚନା ମିଳୁଛି।ସେପଟେ Indian National Congress ମଧ୍ୟ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ବୋଲି ସଙ୍କେତ ଦେଇଛି। ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ତିନୋଟି ସେଟ୍ ଫର୍ମ ନେଇଥିବା ଚର୍ଚ୍ଚାକୁ ଆହୁରି ତେଜ କରିଛି। ପିସିସି ସଭାପତି ସ୍ପଷ୍ଟ କରିଛନ୍ତି ଯେ, ଦଳ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବ ଓ ଶେଷ ନିଷ୍ପତ୍ତି ଦିଲ୍ଲୀର ହାଇକମାଣ୍ଡ ନେବେ।
ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।ଅନ୍ୟପଟେ Bharatiya Janata Party ମଧ୍ୟ ଦିନେ ଦୁଇ ଦିନ ଭିତରେ ପ୍ରାର୍ଥୀ ଘୋଷଣା କରିପାରେ। ଦଳର ସଂସଦୀୟ ବୋର୍ଡ ଏନେଇ ଶେଷ ନିଷ୍ପତ୍ତି ନେବ। ରାଜ୍ୟ ବାହାରୁ ମଧ୍ୟ ପ୍ରାର୍ଥୀ ଦେଇପାରେ ବୋଲି ରାଜନୈତିକ ମହଳରେ ଜୋରଦାର ଚର୍ଚ୍ଚା ଚାଲିଛି। ଏହା ସହ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତିକ ପଟଭୂମି ଆହୁରି ଗରମ ହେଉଛି।

